କୁକୁର ପାଇଁ ରାତିସାରା ଧାରଣା : ଏତଲା ପରେ ବି କୁକୁର ହତ୍ୟାକାରୀ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ
29/02/2020 at 11:24 AM

ରାଉରକେଲା ୨୯।୦୨: କୁକୁର ହତ୍ୟାକାରୀକୁ ଗିରଫ ଦାବିରେ ଧାରଣାରେ ବସିଲେ ଯୁବତୀ । ଥାନାରେ ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପ୍ରତିବାଦରେ ଧାରଣା । ରାଉରକେଲା ଉଦିତନଗର ଫିଟ୍ନେସ୍ ପାର୍ଟ ନିକଟରେ ଧାରଣାରେ ବସିଛନ୍ତି ଶୁଭଶ୍ରୀ ନାମକ ଯୁବତୀ । ଶୁଭଶ୍ରୀଙ୍କ ସହ ତାଙ୍କ ସହଯୋଗମାନେ ମଧ୍ୟ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଉରକେଲା କୋଏଲ ନଗରରେ ଦୁଇଦିନ ତଳେ ଏକ କୁକୁରକୁ ଜଣେ ବ୍ୟକ୍ତି ପିଟି ପିଟି ହତ୍ୟା କରିଦେଇଥିଲେ । ଯାହାକୁ ନେଇ ଶୁଭଶ୍ରୀ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଯୁବତୀ ଜଣଙ୍କ ଆମରୋଣ ଅନଶନରେ ବସିଛନ୍ତି । ଯୁବତୀ ଜଣଙ୍କ ପଶୁ ସୁରକ୍ଷା ଦିଗରେ କାମ କରନ୍ତି । ଶୁକ୍ରବାର ସଂଧ୍ୟା ସମୟରୁ ଧାରଣାରେ ବସିଥିବା ଯୁବତୀଙ୍କ ଜିଦ୍ ଯେ, ଏସ୍ପି ନିଜେ ଆସି ତାଙ୍କ ସହ ସାକ୍ଷାତ କରନ୍ତୁ । ଏବଂ ଘଟଣା ସମ୍ପର୍କରେ ପ୍ରତିଶୃତି ଦେବା ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।