ମିଳିଲା ଅଚିହ୍ନା ଯୁବତୀଙ୍କ ମୃତଦେହ, ବ୍ରିଜ୍ ଉପରେ ପଡିଛି ରକ୍ତ ଏବଂ ଧାରୁଆ ଅସ୍ତ୍ର
6/09/2023 at 8:34 AM

ବରଗଡ଼ ୦୬।୦୯ : ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ । ବରଗଡ଼ ଜିଲ୍ଲା ଭଟଲୀ ଥାନା ଭଡିଗାଁ ଜୀବାର ବ୍ରିଜ୍ ନିକଟରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।
ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଭଟଲୀ ଥାନା ଭଡ଼ିଗାଁ ଜୀରା ବ୍ରିଜ୍ ତଳେ ଥିବା ନଦୀ ପଠାରେ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ଦେଖୁ ଦେଖୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ସେପଟେ ଜୀର ବ୍ରିଜ୍ ଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡିଥିବାର ଦେଖିବାକୁ ମିଳିଛି । ଯାହାଫଳରେ କେହି ଜଣେ ମହିଳାଙ୍କୁ ହତ୍ୟା କରି ନଦୀ ତଳେ ଫିଙ୍ଗ ଦେଇଥିବା ଅନୁମାନ କରାଯାଉଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ସେପଟେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ପୁର ଘଟଣା ଉପରୁ ପରଦା ହଟିବ । ଏହା ହତ୍ୟା ନା ଆଉ କିଛି । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସେହିପରି ନଦୀ କୂଳରୁ ଏପରି ରକ୍ତାକ୍ତ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବାରଣ ସୃଷ୍ଟି ହୋଇଛି ।