scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମଣିପୁର ହିଂସାରେ ଜଣେ ବିଏସଏଫ ଯବାନ ଶହିଦ, ଆସାମ ରାଇଫଲ୍ସର ଦୁଇ ଯବାନ ଆହତ

6/06/2023 at 5:55 PM

Manipur Violence

ନୂଆଦିଲ୍ଲୀ, ୦୬/୦୬: ମଣିପୁର ହିଂସାକାଣ୍ଡ ନିଆଁ ଥମିବାର ନାଁ ନେଉନାହିଁ। ହିଂସାକାଣ୍ଡ ରୋକିବାକୁ ରାଜ୍ୟରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି, କଡ଼ା କଟକଣା ମଧ୍ୟ ଲଗାଯାଇଛି। ହେଲେ ଏହା ପରେବି ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି। ଏବେ ପୁଣି ରାଜ୍ୟରେ ହିଂସା ଦେଖିବାକୁ ମିଳିଛି। ମଣିପୁରର ସୈରୀ ଅଞ୍ଚଳରେ ଗୁଳିକାଣ୍ଡରେ ଜଣେ ବିଏସଏଫ୍‌ ଯବାନ ଶହିଦ ହୋଇଛନ୍ତି। ଏହା ବ୍ୟତୀତ ଆସାମ ରାଇଫଲ୍ସର ଦୁଇ ଯବାନଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ଆହତ ଦୁଇ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସେନା ତରଫରୁ ସୂଚନା ଦିଆଯାଇଛି।

ଆହତଙ୍କୁ ମନ୍ତ୍ରୀପୁଖରୀ ନିଆଯାଇଛି ଏବଂ ସର୍ଚ୍ଚ ଅଭିଯାନ ଜାରି ରହିଥିବା ନେଇ ଟ୍ବିଟ୍‌ କରି କହିଛି ସେନାର ଦୀମାପୁର ସ୍ଥିତ ସ୍ପୀୟର କୋର୍‌ ମୁଖ୍ୟାଳୟ। ଟ୍ବିଟ୍‌ ଅନୁଯାୟୀ, ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ମଣିପୁରର ସୁଗନୁ/ସୈରୀ ଅଞ୍ଚଳରେ ଆସାମ ରାଇଫଲ୍ସ, ବିଏସଏଫ ତଥା ପୋଲିସ୍‌ ତରଫରୁ ବ୍ୟାପକ ଅପରେସନରେ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀ ଏବଂ ଉପଦ୍ରବୀଙ୍କ ମଧ୍ୟରେ ଗୁଳିକାଣ୍ଡ ହୋଇଥିଲା।

ଆହୁରି ପଢ଼ନ୍ତୁ: ମଣିପୁର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଠପ୍; ଜୁନ୍ ୧୦ ପର୍ଯ୍ୟନ୍ତ କଟକଣା ବଢ଼ାଇଲେ ରାଜ୍ୟ ସରକାର

ସୂଚନାଥାଉକି, ଗତ ଏକ ମାସ ଧରି ଚାଲିଥିବା ଏହି ହିଂସା ପରେ ମଣିପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସବୁ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହାପ​ରେ ବି ହିଂସା ଜାରି ରହିଛି । ଆସାମରେ ଚାଲିଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ଅଧିକାଂଶ ଲୋକଙ୍କୁ ଗୁଳିରେ ମୃତ୍ୟୁ ହୋଇଛି। ସୁରକ୍ଷାକର୍ମୀଙ୍କୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଆବଶ୍ୟକ ପଡ଼ିଲେ ସେମାନେ ଉପଦ୍ରବୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିପାରିବେ।

ହିଂସା ଯୋଗୁଁ ରାଜ୍ୟରେ ଇଣ୍ଟରନେଟ୍‌ ଉପ​ରେ‌ ବ୍ୟାନ୍‌କୁ ବଢ଼ାଯାଇଛି। ଏବେ ୧୦ ଜୁନ୍‌ ଦିନ ୩ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ଉପରେ ପ୍ରତିବନ୍ଧକ ଜାରି ରହିବ। ହିଂସା ରୋକିବା ପାଇଁ ସମସ୍ତ ପ୍ରକାଶ ଉଦ୍ୟମ କରାଯାଉଛି। କୌଣସି ସ୍ଥାନରେ ଦଙ୍ଗାକାରୀଙ୍କ ଏକାଠି ଉପରେ ପ୍ରତିବନ୍ଧକ ଲଗଯାଇଛି।

ଆହୁରି ପଢ଼ନ୍ତୁ: ମଣିପୁରରେ ଲୁଟ୍ ହୋଇଥିବା ୭୯୦ ଅତ୍ୟାଧୁନିକ ହତିଆର ଏବଂ ବିପୁଳ ଗୋଳାବାରୁଦ ଜବତ

   Related Posts