ସାମାନ୍ୟ କଥାରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃୃତ
17/01/2023 at 11:41 PM

ଗଜପତି ୧୭/୦୧: ସାମାନ୍ୟ କଥାକୁ ନେଇ ଗୋଷ୍ଠୀ ସଂଘର୍ଷ। ପରେ ଏହା ଉଗ୍ରରୂପ ନେବାରୁ ଜଣଙ୍କର ମୃ୍ତ୍ୟୁ ହେବା ସହିତ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ଏସ ଶ୍ରୀନିବାସ ରାଓ। କାର୍ ପାର୍କିଂକୁ ନେଇ ବଚସା ହେବାରୁ ଏପରି କରୁଣ ପରିଣତି ଦେଖିବାକୁ ମିଳିଛି। ଏହି ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗୋଲା ସାହିରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ସନ୍ଧ୍ୟା ବେଳେ କାର୍ ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ବିବାଦ ଦେଖା ଦେଇଥିଲା। ପରେ ସେମାନେ ଏନେଇ ନେଇ ମୁହାଁମୁହିଁ ହୋଇଥିଲେ। ଅଟୋରେ ଆସିଥିବା ଏକ ଗୋଷ୍ଠୀ ହଠାତ ଗାଡି ଭଙ୍ଗାରୁଜା କରିବା ସହିତ ଆକ୍ରମଣ କରିଥିଲେ।
ଆକ୍ରମଣକାରିଙ୍କ ଠାରୁ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ମୃତକ ଆକ୍ରମଣର ଶୀକାର ହୋଇଥିଲେ। ଏଥିରେ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।