ପିକ୍ନିକ୍ କରିବାକୁ ଆସି ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ମୃତ
21/01/2023 at 7:28 PM

ଢେଙ୍କାନାଳ ୨୧/୦୧: ପିକ୍ନିକ୍ ବେଳେ ଘଟିଲା ଅଘଟଣ। ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ସିଦ୍ଧାର୍ଥ ସିଂହ। ସେ ଦିଲ୍ଲୀର ବାସିନ୍ଦା। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ସ୍ଥଳୀ ନାଧରା ରାମଚଣ୍ଡୀ ପୀଠରେ ହୋଇଛି। ଟାଟା ଷ୍ଟିଲ୍ର ୨୫ ଜଣ କର୍ମଚାରୀ ଶିନିବାର ନାଧରା ରାମଚଣ୍ଡି ପୀଠକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ବ୍ରାହ୍ମଣୀ ନଦୀକୁ ସେମାନେ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଗାଧୋଇବା ବେଳେ ନଦୀରେ ବୁଡ଼ିଯାଇଥିଲେ।

ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଓ ହିନ୍ଦୋଳରୋଡ଼ ଦମକଳ ବାହିନୀ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ଓଡ଼ପଡା ଡାକ୍ତରଖନାରେ ଭର୍ତ୍ତି କରାଯାଇଥିଲା। ସେଠାର ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଏବେ ବିପଦମୁକ୍ତ ଥିବା ଜଣାପଡିଛି। ସେ ଟାଟା ଷ୍ଟିଲ ରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ ବୋଲି ଜଣାପଡିଛି। ଅନ୍ୟ ଜଣଙ୍କ ପରିଚୟ ରବି କୁମାର। ସେ ଉତ୍ତରପ୍ରଦେଶର ବାସିନ୍ଦା।