ବାରାହା ଆକ୍ରମଣରେ ଜଣେ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | November 08, 2022 IST

ବାଲିପାଟଣା, ୮/୧୧: ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ ମୁକୁନ୍ଦଦାଶପୁର ଗ୍ରାମରେ ବାରାହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ମୁକୁନ୍ଦଦାଶପୁର ଗ୍ରାମର ରଜବା ଅଲ୍ଲୀ ବୋଲି ଜଣାପଡ଼ିଛି । ରଜବାଙ୍କୁ ଗୁରୁତର ଅବସ୍ଥାରେ ପିପିଲି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ରଜବା ଆଜି ସକାଳେ ନିଜ ବାରିକୁ କୌଣସି କାର୍ଯ୍ୟରେ ଯାଇଥିଲେ । ଏହି ସମୟରେ ବୁଦାରେ ଲୁଚି ରହିଥିବା ଏକ ବାରାହା ରଜବାଙ୍କୁ ଆକ୍ରମଣ କରିଥିଲା ।

ଆକ୍ରମଣରେ ରଜବା ଚିତ୍କାର କରିବାରୁ ପରିବାର ଲୋକ ସେଠାରେ ପହଁଞ୍ଚିବା ପରେ ବାରାହା ସେଠାରୁ ଚାଲିଯାଇଥିଲା । ବାରାହା ଆକ୍ରମଣରେ ରଜବା ଲହୁ ଲୁହାଣ ହୋଇଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ପିପିଲି ମେଡିକାଲ୍‌କୁ ନିଆଯାଇଥିଲା । ଘଟଣା ସ୍ଥଳରେ ବାଲିପାଟଣା ବନ ବିଭାଗ କର୍ମଚାରୀ ପହଁଞ୍ଚି ବାରାହାକୁ ଠାବ କରିବାକୁ ପ୍ରୟାସ କରିଛନ୍ତି । ବାରାହାଟି ଭଅଁରାଗଡ ସଂରକ୍ଷିତ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଥିବା ବାଲିପାଟଣା ଫରେଷ୍ଟ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.