ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଗାଁକୁ ପଶିଆସିଲା ବାରହା, ଆକ୍ରମଣରେ ଜଣେ ଗୁରୁତର

12/07/2022 at 12:32 PM

ଚଣ୍ଡିଖୋଲ ୧୨।୭: ବାରହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖଟୁଆପଡା ଗାଁ ଜଙ୍ଗଲରୁ ଏକ ବାରହା ଜନବସତିକୁ ଚାଲି ଆସିଥିଲା । ଗାଁର ଅଶୋକ ସାମଲଙ୍କ ଘର ପଛପଟେ ବାରହାଟି ରହିଥିଲା । ଅଶୋକ ବାରହାଟିକୁ ଗୋଡ଼ାଇବାରୁ ତାଙ୍କ ଗୋଡକୁ କାମୁଡି ଦେଇଥିଲା । ଅଶୋକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ବଡ଼ଚଣା ମେଡିକାଲ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବାରହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ବନ ବିଭାଗକୁ ଖବର ଦେଇଥିଲେ । ଏ ନେଇ ଘଟଣାସ୍ଥଳରେ ଚଣ୍ଡିଖୋଲ ବନ ବଭାଗ ଅଧିକାରୀ ପହଞ୍ଚିଥିଲେ । ପରେ ବାରହାକୁ କାବୁ କରି ନେଇଥିଲେ ବନ ବିଭାଗ କର୍ମଚାରୀ । ବାରହାକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି ।

   Related Posts