ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଭାରସାମ୍ୟ ହରାଇ ଘାଟିରୁ ୪୦ଫୁଟ ତଳକୁ ଖସିଲା କାର୍, ଜଣେ ଆହତ

12/07/2022 at 10:38 AM

ଦେବଗଡ : ଦେବଗଡ ୫୩ ନମ୍ବର ଜାତୀୟ ରାଜପଥ ଦେବଗଡ-କୁଚିଣ୍ଡା ରାସ୍ତା ନିକଟ ଘାଟିରେ ଦୁର୍ଘଟଣା । ଘାଟିରୁ ତଳକୁ ଖସିଲା କାର୍ । ଦୁର୍ଘଟଣା ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ସମୟରେ ୫୩ ନମ୍ବର ଜାତୀୟ ରାଜପଥ ଦେବଗଡ-କୁଚିଣ୍ଡା ରାସ୍ତା ଢୁଡିଖୋଳ-ବିଜାଡିହି ଗ୍ରାମ ମଧ୍ୟବର୍ତ୍ତୀ ଘାଟିରୁ ତଳକୁ ଖସିଲା କାର୍ । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ହେଲେ ତାଳଚେର ହାଣ୍ଡିଧୂଆଁ ଅଞ୍ଚଳର ରାଜା ସାହୁ । ଆହତ ରାଜା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କାରରେ ଯାଉଥିବା ବେଳେ ଢୁଡିଖୋଳ-ବିଜାଡିହି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାରଟି ଘାଟି ରାସ୍ତାରୁ ୪୦ ଫୁଟ ତଳକୁ ଖସିପଡିଥିଲା । ଫଳରେ ରାଜା ଆହତ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଜଣଙ୍କ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଖବର ପାଇ ସାଙ୍ଗସାଥୀ ତାଳଚେରରୁ ଆସି ଘଟଣାସ୍ଥଳରେ ପହଞ୍ଚି ଆହତ ରାଜାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

   Related Posts