ଚଣ୍ଡିଖୋଲ ନାକପୋଲ ନିକଟରେ ବୋମାମାଡ ; ଜଣେ ଆହତ
26/01/2019 at 12:19 PM

ଚଣ୍ଡିଖୋଲ ୨୬|୧: ଚଣ୍ଡିଖୋଲ ନାକପୋଲ ନିକଟରେ ବୋମାମାଡ ହୋଇଛି । ବୋମାମାଡରେ ବିଜେଡି ନେତା ଆହତ ହୋଇଛନ୍ତି । ଆହତ ବିଜେଡି ନେତା ହେଲେ ପ୍ରସନ୍ନ ରାଉତ । ତାଙ୍କ ଘର ଧର୍ମଶାଳାର ରଘୁନାଥପୁରରେ । ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । କାରରେ ପ୍ରସନ୍ନ ଜାରକା ବଜାରକୁ ଆସୁଥିଲେ । ବାଇକରେ ଆସି ଦୁବୃର୍ତ୍ତ ତାଙ୍କ ଉପରକୁ ବୋମା ମାଡ କରିଥିଲେ । ଆହତ ପ୍ରସନ୍ନ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।
Related Posts
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023