ଲାଇବ୍ରେରୀରୁ ଖସିଲା ପ୍ଲାଷ୍ଟର, ଜଣେ ଆହତ
14/01/2023 at 2:47 PM

ଭଦ୍ରକ ୧୪।୦୧ : ଅଳ୍ପକେ ଵର୍ତ୍ତିଲେ ପାଠକ । ଲାଇବ୍ରେରୀରୁ ପ୍ଲାଷ୍ଟର ଖସି ଜଣେ ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ସହରରେ ଟାଉନ୍ହଲ ଛକରେ ଥିବା ଲାଇବ୍ରେରୀରେ ଏପରି ଅଘଟଣା ଘଟିଛି ।

ଖବର ଅନୁଯାୟୀ, ଟାଉନହଲ ଛକରେ ଥିବା ଲାଇବ୍ରେରୀରେ ସବୁଦିନ ପରି ଆଜି ପାଠକ ମାନେ ଖବରକାଗଜ,ମାଗାଜିନ ଓ ଵହିପତ୍ର ପଢିଵାକୁ ଏଠାକୁ ଆସିଥିଲେ । ହେଲେ ହଠାତ ଛାତରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର ମାନ ଖସିଥିଲା । ଯାହାକୁ ନେଇ ପାଠକ ଭୟଭୀତ ହୋଇଥିଲେ । ଏପରିକି ସେଠାରେ ବସିଥିବା ପାଠକ ମାନେ ଭୟରେ ଵାହାରକୁ ଚାଲି ଆସିଥିଲେ । କିଛି ପାଠକ ମାନେ ମଧ୍ୟ ଏଥିରେ ଆହତ ହୋଇଥିଲେ । ଦୀର୍ଘଦିନ ହେବ ଏହା ଅବ୍ୟବସ୍ଥା ମଧ୍ୟରେ ଥିବା ବେଳେ ଆଜି ଏହି ଅବ୍ୟବସ୍ଥାର ନଗ୍ନରୂପ ଦେଖିବାକୁ ମିଳିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023