ଭାଲୁ ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | August 30, 2019 IST

ଆଠମଲ୍ଲିକ ୩୦|୮: ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳର ରାଜନପାଳ ଗ୍ରାମରେ ଭାଲୁ ଆକ୍ରମଣ କରିଛି । କେଇକୁଳିୟା ପଞ୍ଚୟତ ରାଜନପାଳ ଗ୍ରାମର ଚକେଇ ଦେହୁରୀ ଆଜି ତାଙ୍କ ଘର ପଛପାଖରେ ଥିବା ପାଇଖାନାକୁ ଯାଉଥିବା ସମୟରେ ଭାଲୁ ଆସି ଆକ୍ରମଣ କରିଛି । ଭାଲୁ ଚକେଇଙ୍କୁ ଆକ୍ରମଣ କରିଥିଲା । ଚକେଇଙ୍କ ଚିତ୍କାର ଶୁଣି ପରିବାର ଲୋକ ଆସି ପାଟି କରିବାରୁ ଭାଲୁ ଜଙ୍ଗଲ କୁ ଚାଲିଯାଇଥିଲା ।

ଗତ ବୁଧବାର ଦିନ ମଧ୍ୟ ଗ୍ରାମର ଗୁପି ସାହୁ ନାମକ ଯୁବକକୁ ଭାଲୁ ଆକ୍ରମଣ କରିଥିଲା । ସନ୍ଧ୍ୟା ସମୟରେ ଏହି ଅଞ୍ଚଳରେ ଭାଲୁଙ୍କ ଉପଦ୍ରବ ଯୋଗୁଁ ଲଲୋକେ ଘରୁ ବାହାରି ପାରୁନାହାନ୍ତି । ବନ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.