suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

11/03/2023 at 3:34 PM

ଆନନ୍ଦପୁର ୧୧।୩: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଆଁରା ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ବାଇଧର ଖଣ୍ଡେଇ ଓ ରବି ମଲ୍ଲିକଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ଶତ୍ରୁତା ଲାଗି ରହିଥିଲା । ଘଟଣାକୁ ନେଇ ଅନେକ ଥର ନନ୍ଦିପଦା ଥାନାରେ ଏତଲା ଦେବା ପରେ ଆପୋଷ ବୁଝାମଣା ପରେ ଉଭୟ ପକ୍ଷ ଆଉ ଝଗଡ଼ା ନକରିବାକୁ ପ୍ରତିଶ୍ରୁତିବଦ୍ଧ ହେଉଥିଲେ ମଧ୍ୟ ପୁନର୍ବାର ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲ । ଶନିବାର ସକାଳୁ ବାଇଧର କୌଣସି କାମରେ ଘରୁ ବାହାରୁଥିବା ସମୟରେ ରବି ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ପ୍ରଥମେ ମରଣାନ୍ତକ ଆକ୍ରମଣ କରିବା ସହିତ ପଥରରେ ତାଙ୍କ ମୁହଁକୁ ଛେଚି ଦେଇଛନ୍ତି । ବାଇଧର ଗୁରୁତର ହୋଇ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା ଜାରି ରଖିଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts