ହାତୀ ଜଗିବାକୁ ଯାଇଥିଲେ, ମଞ୍ଚାରୁ ପଡି ଜଣେ ଆହତ

Published By : Prameya-News7 Bureau | October 22, 2022 IST

ଦେବଗଡ: ଗଛ ଉପରେ ଥିବା ମଞ୍ଚାରୁ ଖସିପଡି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଭୂତେଲ ଗ୍ରାମରେ ହାତୀ ଜଗିବା ପାଇଁ ଗଛ ଉପରେ ପ୍ରସ୍ତୁତ ହୋଇଥିବା ମଞ୍ଚାରୁ ଖସିପଡି  ପୁରନ୍ଦର ମାଝୀ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ସଂପୃକ୍ତ ଅଞ୍ଚଳରେ ଜଙ୍ଗଲୀ ହାତୀ ଆସି ଲୋକଙ୍କ ଅମଳକ୍ଷମ ଧାନ ଫସଲ ନଷ୍ଟ କରୁଥିବା ବେଳେ ଜଗିବା ପାଇଁ ଲୋକମାନେ ଗଛ ଉପରେ ମଞ୍ଚା ପ୍ରସ୍ତୁତ କରିଛନ୍ତି । ପୁରନ୍ଦର ଗତକାଲି ରାତିରେ ଫସଲ ଜଗିବାକୁ ଆସିଥିବା ବେଳେ ଆଜି ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇଥିଲେ । ଖୋଜାଖୋଜି ବେଳେ ପୁରନ୍ଦର ଗୁରୁତର ଆହତ ଅବସ୍ଥାରେ ମଞ୍ଚା ବନ୍ଧାଯାଇଥିବା ଗଛ ତଳେ ପଡିଥିବା ଅବସ୍ଥାରେ ମିଳିଥିଲେ। ପରିବାର ପକ୍ଷରୁ ତାଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.