Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ

29/05/2023 at 11:11 PM

ଦେବଗଡ଼ ୨୯/୦୫: ଗୁଣିଗାରେଡ଼ି ସନ୍ଦେହରେ ମାଡପିଟରେ ଜଣେ ଆହତ ହୋଇଛନ୍ତି। ଏପରି ଅଘଟଣ ଦେବଗଡ ଜିଲ୍ଲାର ଖଜୁରୀବାହାଳ ଗାଁରେ ଘଟିଛି। ଆହତ ବ୍ୟକ୍ତି ହେଲେ ସେହି ଗାଁର ରମେଶ ବବଙ୍ଗା (୩୫)। ସେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ଚିକିତ୍ସା ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ଗାଁ ଲୋକଙ୍କ ଡରରେ ରମେଶଙ୍କ ପରିବାର ଲୋକ ମଧ୍ୟ ଏବେ ସମସ୍ତେ ଡାକ୍ତରଖାନାରେ ଅଛନ୍ତି।

ଖବର ଅନୁସାରେ, ଦନ୍ତାରିବାହାଳ ଗାଁର ଯଦୁନାଥ ଦେଓଗମ କିଛି ବର୍ଷ ହେଲା ଖଜୁରୀବାହାଳର ଫୁଲଟୁଣି ଅଞ୍ଚଳରେ ରହୁଥିଲେ। ଅଧିକାଂଶ ସମୟରେ ସେ ଅସୁସ୍ଥ ରହୁଥିବାରୁ ତାଙ୍କ ପରିବାର ସଦସ୍ୟ ଏନେଇ ରମେଶଙ୍କୁ ଦାୟୀ କରୁଥିଲେ। ରମେଶ ଗୁଣିଗାରେଡ଼ି କରିବାରୁ ତାଙ୍କ ଦେହ ଅସୁସ୍ଥ ରହୁଥିବା ସେମାନେ ସନ୍ଦେହ କରୁଥିଲେ। ଫଳରେ ଯଦୁନାଥଙ୍କ ପୁଅ ଲସ ଏକ ଲାଠି ଓ ଟାଙ୍ଗିଆରେ ରମେଶଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରମେଶ ଆହତ ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ପୋଲିସ ଏନେଇ ଅଧିକ ତନାଘନା ଚଳାଇଛି।

   Related Posts