oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଷ୍ଟାଫ୍ ବସ୍ ଉପରକୁ ତୀର ମାଡ: ଜଣେ ଗୁରୁତର, ବସରେ ଲାଗି ରହିଛି ବହୁ ତୀର

23/10/2019 at 1:08 PM

ଘଟ ଗାଁ୨୩|୧୦: ଷ୍ଟାଫ୍ ବସ୍ ଉପରକୁ ତୀର ମାଡରେ ଜଣେ ଗୁରୁତ୍ବର ହୋଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରି ମାଇନ୍ସରେ । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ଓଏମସି ଦୈତାରି ମାଇନସ୍ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁନେଇ ଷ୍ଟାଫବସ ଦୈତାରିରୁ – ବଳିପର୍ବତ ଆସୁଥିବା ସମୟରେ ତାରିଣୀ ଗେଟ ପାଖରେ ବସ ଉପରକୁ କିଛି ଅଜଣା ଲୋକ ତୀର ମାଡ କରିଥିଲେ ।

ଏହି ତୀର ମାଡରେ ଜଣେ ଗୁରୁତ୍ବର ହୋଇଛନ୍ତି । ତୀରମାଡରେ ଆହାତ କର୍ମଚାରୀଙ୍କ  ନାଁ ଉତ୍ତମ ମହାନ୍ତ  ଓ  ତାଙ୍କ ଘର ଯାଜପୁର ବୋଲି  ଜଣାପଡିଛି  । ସେ କେସିସି  ଠିକା କଂପାନୀରେ କାମକରୁଛନ୍ତି । ତୀରଟି ସିଧା ଉତ୍ତମ ମହାନ୍ତଙ୍କ ପେଟରେ ବାଜି  ପଶି ରହିଥିଲା । ଆହାତଙ୍କୁ ତୁରନ୍ତ କଳିଙ୍ଗନଗରରେ  ଥିବା ଟାଟା ମେଡିକା ହସପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ  ଘୀର୍ଘ ୪ଘଣ୍ଟା ଅପରେସନ କରାଯାଇ ତୀର ବାହାର କରାଯାଇଛି ।

ବହୁ ତୀର ଏବେବି ବସରେ ଲାଗିରହିଛି । ତୀର ମାଡର କାରଣ ଅସ୍ପଷ୍ଠ ରହିଛି । ତେବେ ଏହା ୟୁନିୟନ ବିବାଦ କିମ୍ବା ସ୍ଥାନୀୟ ନିଯୁକ୍ତିକୁ ନେଇ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । କିଛି ବର୍ଷ ପୂର୍ବରୁ ମଧ୍ୟ ଏହିଭଳି ତୀରମାଡ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts