ଲୁଡୁ ଖେଳକୁ ନେଇ ଛୁରାମାଡ, ଜଣେ ଆହତ

Published By : Prameya-News7 Bureau | November 28, 2019 IST

ବ୍ରହ୍ମପୁର ୨୮।୧୧:  ଲୁଡୁ ଖେଳକୁ ନେଇ ଛୁରା ମାଡ ହୋଇଛି । ଛୁରାମାଡରେ ଜଣେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କାଇଞ୍ଚପୁର ପଂଚାୟତର ଝାଡୁକୁଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଲୁଡୁ ଖେଳକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଛୁରା ମାଡ ହୋଇଛି । ଛୁରା ମାଡ଼ରେ ଦୁର୍ଯ୍ୟୋଧନ ରେଡ୍ଡୀ ଆହତ ହୋଇଛନ୍ତି ।

ଆହତ ଅବସ୍ଥାରେ ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଗଞ୍ଜାମ ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛୁରା ମାଡ଼ କରିଥିବା ଇ.ଗୁରୁନାଥ ରେଡ୍ଡୀ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.