ପୁରୀରେ ବୋମାମାଡ, ରକ୍ତାକ୍ତ ଅବସ୍ଥାରେ ଥାନା ଭିତରେ ପଶିଗଲେ ଯୁବକ
15/06/2019 at 2:06 PM

ପୁରୀ ୧୫|୬: ପୁରୀରେ ବୋମାମାଡ଼ ହୋଇଛି । ବାସେଳି ସାହି ଥାନା ପଣାପ୍ରିୟା ଲେନରେ ବୋମାମାଡ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କ ନାଁ ଶିବରାମ ପାତ୍ର । ତାଙ୍କୁ ପୁରୀ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଯାତ୍ରା ଗୁମାସ୍ତା ବ୍ୟବସାୟକୁ କେନ୍ଦ୍ର କରି ବୋମାମାଡ କରିଥିଲେ ୨ ଦୁର୍ବୃତ୍ତ । ତେବେ ଯୁବକ ଜଣକ ଜୀବନ ବିକଳରେ ଟାଉନ ଥାନା ଭିତରେ ପଶିଯାଇଥିଲେ । ଟାଉନ ଥାନା ଆଇଆଇସି ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣା ପରେ ଟାଉନ ଥାନା ପୋଲିସ ତଦନ୍ତ ଚଳାଇଛି ।
Related Posts
ଜୁଆ ଆଡ୍ଡାରେ ପୋଲିସର ରେଡ୍, ୧୦ ଜୁଆଡ୍ଡି ଗିରଫ
3 October 2023