ଇସ୍ରାଏଲରେ ମିସାଇଲ୍ ଆଟାକ୍‌, ଜଣେ ଭାରତୀୟ ମୃତ ଓ ଦୁଇ ଗୁରୁତର

Published By : Prameya-News7 Bureau | March 05, 2024 IST

ଜେରୁଜଲମ ୦୫/୦୩: ଇସ୍ରାଏଲରେ ଥମୁନି ମିସାଇଲ୍ ଆକ୍ରମଣ । ଏହି ହମଲାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହେବା ସହ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି । ଇସ୍ରାଏଲର ମାର୍ଗାଲିଓରେ ଲେବାନନ୍ ପକ୍ଷରୁ ଏହି ମିସାଇଲ୍ ଆଟାକ୍‌ ହୋଇଥିବା ସୂଚନା । ଏମାନେ ସମସ୍ତେ ୩ ଜଣ କେରଳର ବୋଲି ଜଣାପଡିଛି । ହମାସ୍‌କୁ ସମର୍ଥନ କରି ଲେବାନନ୍ ଆକ୍ରମଣ କରିଥିବା ସୂଚନା ।

ସୂଚନା ଥାଉକି, ସୋମବାର ଦିନ ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟରେ ଥିବା ଏକ ବଗିଚାରେ ଲେବାନନରୁ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ମାଡ ହେବା ପରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ଦୁଇଜଣ ଆହତ ବି ହୋଇଛନ୍ତି । ଅଧିକାରୀ କହିଛନ୍ତି ଯେ ଏହି ତିନିଜଣ ବ୍ୟକ୍ତି ଦକ୍ଷିଣ କେରଳର ବାସିନ୍ଦା ।

ଏମଡିଏ ମୁଖପାତ୍ର ଜାକି ହେଲର ପିଟିଆଇକୁ କହିଛନ୍ତି ଯେ ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଉତ୍ତର ଇସ୍ରାଏଲର ଗାଲିଲୀ ଅଞ୍ଚଳର ମାର୍ଗାଲିଅଟ (ସାମୂହିକ କୃଷି ସମ୍ପ୍ରଦାୟ) ର ଏକ ବଗିଚାରେ ଏହି କ୍ଷେପଣାସ୍ତ୍ର ଖସିପଡିଥିଲା । ଫଳରେ ଏଥିରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣରେ କେରଳର କୋଲାମର ବାସିନ୍ଦା ପାଟନିବିନ ମ୍ୟାକ୍ସୱେଲଙ୍କ ମୃତ୍ୟୁ ହୋଇଛି ।

ସେ କହିଛନ୍ତି ଯେ ଏହି ଘଟଣାରେ ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ ମଧ୍ୟ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସରକାରୀ ସୂତ୍ର ସ୍ପଷ୍ଟକରି କହିଛି, ଯେ, ଜର୍ଜଙ୍କ ମୁହଁ ଏବଂ ଶରୀରରେ ଆଘାତ ଲାଗିଥିବା ବେଳେ ବିଲିନ୍ସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅପରେସନ୍ ବି ହୋଇଛି । ସେ ଏବେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଅବଜରଭେସନରେ ରଖାଯାଇଛି ।

ଭାରତରେ ଥିବା ତାଙ୍କ ପରିବାର ସହ ସେ କଥା ହୋଇଛନ୍ତି । ମେଲଭିନ ସାମାନ୍ୟ ଆହତ ହୋଇଥିଲେ । ଉତ୍ତର ଇସ୍ରାଏଲର ସଫେଡ ସହରର ଜିଭା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ କେରଳର ଇଡୁକି ଜିଲ୍ଲାର ବାସିନ୍ଦା। କୁହାଯାଏ ଯେ ଏହି ଆକ୍ରମଣ ଲେବାନନରେ ହିଜବୁଲ ପକ୍ଷରୁ କରାଯାଉଛି । ଗତ ଅକ୍ଟୋବର ୮ ତାରିଖରୁ ଉତ୍ତର ଇସ୍ରାଏଲରେ ଦୈନିକ ରକେଟ୍, ମିସାଇଲ୍ ଏବଂ ଡ୍ରୋନ୍ ଆଟାକ୍ କରିଆସୁଛି ।

you can also read....

wp:embed {"url":"https://www.prameyanews7.com/hemant-soren-wife-kalpana-soren-enter-politics/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hemant-soren-wife-kalpana-soren-enter-politics/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.