ପ୍ରତି ତିନିରେ ଜଣେ ନିବେଶକ ପରାମର୍ଶଦାତା ପଞ୍ଜୀକୃତ ନୁହଁନ୍ତି: ସେବି ଚେୟାରମ୍ୟାନ
4/10/2023 at 10:43 PM

ନୂଆଦିଲ୍ଲୀ: ଭାରତରେ ପ୍ରତି ତିନିରେ ଜଣେ ନିବେଶକ ପରାମର୍ଶଦାତା ପଞ୍ଜୀକୃତ ନୁହଁନ୍ତି। ଏମାନେ ସାଧାରଣତଃ ଛୋଟ ନିବେଶକଙ୍କୁ ଇକ୍ବିଟି ଆଦିରେ ପରାମର୍ଶ ଦେଇଥାନ୍ତି। ହେଲେ ଏମାନେ ନିୟମ ଅନୁସାରେ ନିଜକୁ ସେବିରେ ପଞ୍ଜିକୃତ କରାଇନାହାଁନ୍ତି। ବୁଧବାର ମୁମ୍ବାଇରେ ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି ବଜାର ନିୟାମ ସେବିର ଅଧ୍ୟକ୍ଷ ମାଧବୀ ପୁରୀ ବକ୍ ।
ସେ କହିଛନ୍ତି, ‘ଏମାନଙ୍କର ସଂଖ୍ୟା ବହୁତ ଅଧିକ, ପ୍ରାୟ ୩୫ ପ୍ରତିଶତ ନିବେଶ ପରାମର୍ଶଦାତା ନିଜକୁ ପଞ୍ଜୀକୃତ କରାଇନାହାଁନ୍ତି। ତେବେ ଏମାନଙ୍କ ସଂଖ୍ୟା ଅଧିକ ଥିବାରୁ ସେବି କିଛି କରିପାରୁନଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଏମାନେ ରିସର୍ଚ୍ଚ କରି ଲୋକଙ୍କୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ହେଲେ ନିୟମ ଅନୁଯାୟୀ ଥିବା ମୌଳିକ ଅନୁପାଳନ କରିବାକୁ ଅଣଦେଖା କରୁଛନ୍ତି।
ଆହୁରି ପଢ଼ନ୍ତୁ: ଡିମଟ ଆକାଉଣ୍ଟରେ ନୋମିନୀ ଯୋଡ଼ିବା ଶେଷ ତାରିଖ ବୃଦ୍ଧି କଲା ସେବି, ଏହି ତାରିଖ ସୁଦ୍ଧା କରିହେବ ଅପଡେଟ
ସେ କହିଛନ୍ତି ଏଭଳି ଲୋକ ଆବଶ୍ୟକ ଯେଉଁମାନେ ମାର୍କେଟରେ ହେଉଥିବା ମାଲପ୍ରାକ୍ଟିସ୍ ବିଷୟରେ କହିପାରିବେ। ସେ କହିଛନ୍ତି ଭାରତ ପାଖରେ ଅନେକ ନିବେଶକ ପରାମର୍ଶଦାତା ରହିବାର କ୍ଷମତା ଅଛି। କିନ୍ତୁ ସେମାନଙ୍କୁ ସେମାନଙ୍କର ମତାମତ ଏବଂ ପରାମର୍ଶ ନିୟାମକ ସହ ବାଣ୍ଟିବାକୁ ହେବ।