ସ୍କୁଲ ଯିବାବେଳେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଜଣେ ଅଟକ, ଜଣେ ଫେରାର

Published By : Prameya-News7 Bureau | December 22, 2019 IST

ସୋର ୨୨।୧୨: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ସୋର ପୌରାଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ପରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।

{"id":200974,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ମାସେ ଧରି ଛାତ୍ରୀ ଜଣଙ୍କ ସ୍କୁଲ ଯାଉଥିବା ବେଳେ ଦୁଇ ଜଣ ଯୁବକ ରାସ୍ତାରେ କମେଣ୍ଟ ମାରିବା ସହ ଅଶ୍ଳୀଳ ଭାଷାରେ କଥା ହେବାକୁ ବାଧ୍ୟ କରୁଥିଲେ। ନାବାଳିକା ଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅସଦାଚରଣ କରୁଥିଲେ । ଘଟଣାକୁ ନେଇ ଗାଁ ଲୋକେ ଗତ ୧୫ ଦିନ ତଳେ ତାଗିଦ କରିଥିଲେ ମଧ୍ୟ ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲ ଯିବାବେଳେ ସମାନ ଘଟଣା ଘଟିବାରୁ ଛାତ୍ରୀ ଜଣଙ୍କ ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ଗାଁ ଲୋକଙ୍କ ସହିତ ଗତକାଲି ବିଳମ୍ବିତ ରାତିରେ ସୋର ଥାନାରେ ଅଭିଯୋଗ ହୋଇଛି । 

{"id":200975,"sizeSlug":"large"}

ପୀଡିତାଙ୍କ ବାପା ଦିବ୍ୟାଙ୍ଗ ହୋଇଥିବା ଯୋଗୁଁ ମା’ ଭଦ୍ରକରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି। ପୀଡିତାଙ୍କ ପରିବାର ଏଭଳି ଦୁଃଖରେ ରହିଥିବା ବେଳେ ଅଭିଯୁକ୍ତମାନେ ସୁଯୋଗ ନେଇ ତାଙ୍କୁ ଅସଦାଚରଣ କରିବାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୋଗ ପାଇ ସୋର ପୋଲିସ କେସ୍ ନଂ ୬୫୬/୧୯, ୩୫୪(୮) ପୋସ୍କୋ ଆକ୍ଟ ଲଗାଇଛି। ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.