suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଗୁଳିକାଣ୍ଡରେ ଥରିଲା ତେଲିପଡା, ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର

4/12/2022 at 1:39 PM

ବଲାଙ୍ଗୀର ୦୪।୧୨ : ଗୁଳିକାଣ୍ଡରେ ଥରିଲା ତେଲିପଡା । ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର। ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ତେଲିପଡା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଗୁରୁତର ମହିଳା ଜଣଙ୍କ ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର।

ଖବର ଅନୁଯାୟୀ, ପୁତୁରା ଦେବପ୍ରକାଶ ଖୁଡ଼ୀ ଅନିମା ମହାପାତ୍ରଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଯାହାଫଳରେ ଅନିମା ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସେପଟେ ଖବର ପାଇ ତରଭା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗୁଳିକାଣ୍ଡ ଘଟାଇ ଦେବପ୍ରକାଶ ମହାପାତ୍ର ଫେରାର ହୋଇଛନ୍ତି।

   Related Posts