ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର

Published By : Prameya-News7 Bureau | November 27, 2022 IST

ଆନନ୍ଦପୁର ୨୭।୧୧ : କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର। କେନ୍ଦୁଝର ଜିଲ୍ଲା ୨୦ ନମ୍ଵର ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ଗୁରୁତର ଥିବା ବାଇକ୍ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

{"id":714260,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଘଷିପୁରା ଥାନା ହାତୀବନ୍ଧା ଗାଁର ରବିନ୍ଦ୍ର ସେଠୀ ଜଣେ ଦୁଗ୍ଧ ବ୍ୟବସାୟୀ। ରବିବାର ସକାଳେ ସେ ଦୁଗ୍ଧ ନେଇ ବାଇକ୍ ଯୋଗେ ବ୍ୟବସାୟ କରିବାକୁ ବାହାରିଥିଲେ। ଘସିପୁରା ବାଇପାସ୍ ଠାରେ ତାଙ୍କୁ ଏକ କାର ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ରବିନ୍ଦ୍ର ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

{"id":714262,"sizeSlug":"full","linkDestination":"none"}

ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍ ଜବତ କରିଛି। ଡ୍ରାଇଭର୍ ଫେରାର୍ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.