ସ୍କୁଲ ଭିତରୁ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀ ଓ ୩ ଯୁବକଙ୍କୁ ଧରିଲେ ଗ୍ରାମବାସୀ, ଭାଇରାଲ ଭିଡିଓରେ କିନ୍ତୁ ଯୁବତୀଙ୍କ କଥା ଭିନ୍ନ, କହିଲେ, ‘ସ୍ବାମୀଙ୍କ ସାଙ୍ଗ କରିଛନ୍ତି ଅତ୍ୟାଚାର’
31/08/2020 at 6:33 PM

ନିଶ୍ଚିନ୍ତକୋଇଲି୩୧/୮: ସ୍ବାମୀଙ୍କୁ ବନ୍ଧକ ରଖି ସ୍ତ୍ରୀଙ୍କ ସହ ଜୋର ଜବରଦସ୍ତ ଅନୈତିକ ସଂପର୍କ ରଖିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସେହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଯଦି ତାଙ୍କ କଥାରେ ରାଜି ନ ହେବେ, ତେବେ ତାଙ୍କ ସ୍ବାମୀଙ୍କୁ ମାରି ଦେବେ ବୋଲି ୩ ଯୁବକ ଧମକ ଦେଇଥିଲେ। ଯୁବତୀଙ୍କ କହିବା ଅନୁସାରେ ଏହି ୩ ଯୁବକ ତାଙ୍କ ସ୍ବାମୀଙ୍କ ସାଙ୍ଗ।
କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତର ଜେରକନ୍ଦ ପ୍ରାଥମିକ ବିଦ୍ୟାଳୟରେ ମହିଳାଙ୍କ ସହ ଜୋର ଜବରଦସ୍ତ ଅନୈତିକ ସଂପର୍କ ରଖିଥିବା ପୀଡିତା ନିଜେ କହିଛନ୍ତି। ଗତ ଶନିବାର ସଂଧ୍ୟା ସମୟରେ ଜଣେ ମହିଳା ଓ ୩ ଜଣ ଯୁବକ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡ଼ିଥିଲେ। ସୂଚନା ଅନୁଯାୟୀ ଯୁବତୀଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ଯୁବକମାନଙ୍କ ଘର ମାହାଙ୍ଗା ଅଂଚଳରେ। ଗାଁ ଲୋକେ ମାହାଙ୍ଗା ପୋଲିସକୁ ଫୋନ୍ କରି ଜଣାଇଥିଲେ ମଧ୍ୟ ପୋଲିସ ୫ ଘଣ୍ଟା ବିଳମ୍ବରେ ଆସି ପହଁଞ୍ଚିଥିବା ଅଭିଯୋଗ ହୋଇଛି। ଥାନା ଠାରୁ ଘଟଣାସ୍ଥଳ ମାତ୍ର ୩ କିଲୋମିଟର ଦୂରତା ହୋଇଥିଲା ମଧ୍ୟ ପୋଲିସର ବିଳମ୍ବରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୀଡିତାଙ୍କୁ ଉଦ୍ଧାର କରିଥିଲା।
ଲୋକଙ୍କ ଅଭିଯୋଗ ଅନୁଯାୟୀ ଅନେକ ସମୟରେ ଏହି ବିଦ୍ୟାଳୟରେ ଏଭଳି ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ପୋଲିସକୁ ଜଣାଇଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଫଳରେ ଗ୍ରାମାଞ୍ଚଳରେ ରହୁଥିବା ଛୋଟ ଛୋଟ ଝିଅ -ପୁଅଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଏପଟେ ଉଦ୍ଧାର ହୋଇଥିବା ମହିଳା ପୁଲିସ୍ ନିକଟରେ ଯାହା ବୟାନ ଦେଇଛନ୍ତି, ତାହା ପୂର୍ବ ବୟାନ ସହ ତାଳମେଳ ରହୁ ନାହିଁ। ପ୍ରଥମ ବୟାନରେ ମହିଳା ଜଣଙ୍କ ସତ କହିଛନ୍ତି ନା ପୋଲିସ ନିକଟରେ ଦେଇଥିବା ବୟାନ ସତ। ତାହା ଏବେ ପୋଲିସ୍କୁ ଦୋଛକିରେ ଛିଡା କରି ଦେଇଛି। ତେଣୁ ପ୍ରଶ୍ନ ଉଠୁଛି ଯୁବତୀ କ’ଣ କାହା ଚାପରେ ବୟାନ ବଦଳାଇଛନ୍ତି।ଏହାର ନିରପେକ୍ଷ ତଦନ୍ତ ର ଆବଶ୍ୟକତା ଅଛି।