ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ

Published By : Prameya-News7 Bureau | June 22, 2021 IST

ସମ୍ବଲପୁର ୨୨।୦୬: କୁକୁରକୁ ହତ୍ୟା ଅଭିଯୋଗରେ ଜଣେ ଗିରଫ । ସମ୍ବଲପୁରରେ ଘଟିଛି ଏହି ଅଭାବନୀୟ ଘଟଣା। ସମ୍ବଲପୁରର ଏହା ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି, ହେଲେ କେହି ଜେଲ୍ ଯାଇନାହାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ହତ୍ୟାର ଶିକାର ହୋଇଥିବା କୁକୁରଟି ବୁଲା କୁକୁର।

ଖବର ଅନୁଯାୟୀ,  ଧନୁପାଲି ଥାନା ଏଲଆଇସି କଲୋନୀରେ ଏକ ବୁଲା କୁକୁର ଅବସରପ୍ରାପ୍ତ ବିଏସଏନଏଲ କର୍ମଚାରୀ ବିପିନ ଖାଲକୋକୁ ଗୋଡାଇଥିଲା । ଫଳରେ ଏଥିରେ ଉତ୍ୟକ୍ତ ହୋଇ ସେ କୁକୁରକୁ ପିଟି ପିଟି ହତ୍ୟା କରିଥିଲେ । ଏହା ସହ ଏକ ଅଖାରେ ପୁରାଇ ଏକ ପଡିଆରେ ଫିଙ୍ଗି ଦେଇଥିଲେ । ଧନୁପାଲି ଥାନାରେ ଏନେଇ ପିପୁଲ ଫର୍ ଆନିମଲର ସଂଯୋଜକ ଜତିନ୍ଦର ଶର୍ମା ଏତଲା ଦେଇଥିଲେ । ଏତଲାକୁ ଆଧାର କରି ତଦନ୍ତ ପରେ ପୋଲିସ  କୁକୁରକୁ ମାରିଥିବା ଅଭିଯୋଗରେ ଅବସରପ୍ରାପ୍ତ ବିଏସଏନଏଲ ଅଧିକାରୀ ବିପିନ ଖଲକୋକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.