ନେତା ଓ ମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ ଦେବା ଘଟଣା, ଜଣଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ

Published By : Prameya-News7 Bureau | January 15, 2023 IST

ମୋହନା ୧୫।୦୧ : ନେତା ଓ ମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ ଦେବା ଅଭିଯୋଗରେ ଯୁବକ ଗିରଫ। ଏହି ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା କେ. ଝାଲରସିଂ ଗାଁର ଆଶିଷ ପରିଛା।

ଖବର ଅନୁଯାୟୀ, କିଛି ଦିନ ପୂର୍ବରୁ ଯୁବକ ଜଣକ ମୁମ୍ବାଇ ସମେତ ଉତ୍ତର ପ୍ରଦେଶ, ହରିୟଣା ଓ ମହାରାଷ୍ଟ୍ରର ବହୁ ନେତା ଓ ମନ୍ତ୍ରୀଙ୍କୁ ସୋସିଆଲ ମିଡ଼ିଆ ମଧ୍ୟମରେ ଧମକ ପୂର୍ଣ୍ଣ ମେସେଜ ସହ କଲ୍ କରିଥିଲେ। ଏହାକୁ ନେଇ ମୁମ୍ବାଇ ବାଙ୍ଗୁରୁ ଲିଙ୍କ ରୋଡ ଥାନାରେ ଗତ ୫ ତାରିଖରେ ଏକ ମାମଲା ରୁଜୁ ହୋଇଥିଲ। ଏହା ପରେ ମୁମ୍ବାଇ ପୋଲିସ୍ ଗତ ୭ ତାରିଖରେ ଗାଁକୁ ଯାଇ ଯୁବକକୁ ୩ ଦିନ ରଖି ପଚାରା ଉଚରା କରିବା ସହ ତାଙ୍କ ଠାରୁ ମୋବାଇଲ୍ ଜବତ କରିଛି। ଯୁବକ ଜଣଙ୍କୁ ୧୨ ତାରିଖରେ ପାରଳାଖେମୁଣ୍ଡି ସିଜେଏମ୍ କୋର୍ଟରେ ପୋଲିସ ହାଜର କରି ଅଧିକ ପଚରା ଉଚରା କରିବା ପାଇଁ ମୁମ୍ବାଇ ନେଇଛି । ଏନେଇ ପୋଲିସ୍ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.