Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

NIA ହାତରେ ଧରାପଡିଲେ କୁଖ୍ୟାତ ମାଓବାଦୀ, ୪ ବିଏସ୍‌ଏଫ୍‌ ଅଧିକାରୀଙ୍କୁ ହତ୍ୟା କରିଥିଲା ରଞ୍ଜୁ ଖିଲ

25/01/2023 at 7:55 AM

ମାଲକାନଗିରି ୨୫।୦୧ : NIA ହାତରେ ଧରାପଡିଲେ କୁଖ୍ୟାତ ମାଓବାଦୀ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ରଞ୍ଜୁ ଖିଲ ଓରଫ ଚାଣ୍ଟିଙ୍କୁ ଗିରଫ କଲା NIA ।

ଖବର ଅନୁଯାୟୀ, ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ରାସ୍ତାରେ ୪ ଜଣ ବିଏସଏଫ  ଅଧିକାରୀଙ୍କୁ ହତ୍ୟା କରିଥିଲେ ଚାଣ୍ଟି । ଘଟଣାର ଦୀର୍ଘ ୧୦ ବର୍ଷ ପରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର କଦମଗୁଡା ଗାଁରୁ  NIA ଅଫିସର ମାନେ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ।

ତେବେ ଗିରଫ ପରେ ଚାଣ୍ଟିଙ୍କୁ ଭୁବନେଶ୍ବର ନେଇ ଯାଇଛନ୍ତି NIA ଅଫିସର । ଗୁରୁବାର NIAର ସ୍ବତନ୍ତ୍ର କୋର୍ଟରେ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ହାଜର କରାଯିବ । ଚାଣ୍ଟି ନାମରେ ପୁର୍ବରୁ ଓଡିଶା ପୋଲିସ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

   Related Posts