ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5/02/2023 at 2:47 PM

ମହାକାଳପଡା ୦୫।୦୨ : ସ୍କୁଟିରୁ ହରିଣ ମାଂସ ଜବତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ରାମଚଣ୍ଡୀ ପୋଲ ନିକଟରୁ ବନ ବିଭାଗ ଓ ଜମ୍ଵୁ ପୋଲିସ ମିଳିତ ଚଢାଉ କରି ହରିଣ ମାଂସ ଜବତ କରିଛି।
ଖବର ଅନୁଯାୟୀ, ଓଡି ୦୫ ଏଚ ୪୨୮୮ ନମ୍ବର ବିଶିଷ୍ଟ ଏକ ସ୍କୁଟି ଯୋଗେ ହରିଣ ମାଂସ ଚୋରା ଚାଲାଣ ହେଉଥିଲା । ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ରାମଚଣ୍ଡୀ ପୋଲ ନିକଟରେ ବନ ବିଭାଗ ଓ ଜମ୍ଵୁ ପୋଲିସ ମିଳିତ ଭାବେ ଚଢାଉ କରିଥିଲା।ଚଢାଉ ବେଳେ ୫ କେ.ଜି ହରିଣ ମାଂସ ଜବତ ହୋଇଛି । ଏହାସହିତ ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଖରନାସୀ ଗ୍ରାମର ହାରାଧନ ରକ୍ଷିତକୁ ଗିରଫ କରିଛି ପୋଲିସ ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023