ବଡ଼ଭାଇର ସାର୍ଟିଫିକେଟ୍‌ରେ କରିଥିଲେ ସେନା ଚାକିରୀ, ଅବସର ପରେ ଧରାପଡିଗଲା ଚାଲାକି

Published By : Prameya-News7 Bureau | August 08, 2022 IST

ଜଗତସିଂହପୁର ୦୮।୦୮: ଧରାପଡିଲେ ଠକ । ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ ଚାକିରୀ କରି ଅବସର ନେବା ପରେ ଧରାପଡିଛି ଠକ । ଅଭିଯୋଗ ପରେ ଠକଙ୍କୁ ଗିରଫ କରିଛି ବିରିଡି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ବିରିଡି ଥାନା ମଙ୍ଗୁଲି ଗାଁରେ ବସନ୍ତ ପଣ୍ଡା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗୁଲି ଗାଁର ବସନ୍ତ ପଣ୍ଡା ତାଙ୍କର ବଡ଼ ଭାଇ ହେମନ୍ତ ପଣ୍ଡାଙ୍କ ସାର୍ଟିଫେକଟ ଓ ଅନ୍ୟାନ୍ୟ କାଗଜ ପତ୍ର ଦେଇ ସେନାରେ ଚାକିରୀ କରିଥିଲେ । ଦୀର୍ଘ ବର୍ଷ ଧରି ଚାକିରି କରିବା ପରେ କିଛି ଦିନ ହେଲା ସେ ସେନାରୁ ଅବସର ନେଇଥିଲେ । ଏବେ ସେ ଘରେ ରହୁଥିଲେ । ତେବେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ବିରିଡି ଥାନା ମଙ୍ଗୁଲି ଗାଁର ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି । ଏବେ ଅଧିକ ତଦନ୍ତ ଛାମ୍‌ଭିନ୍‌ ଜାରି ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.