ଯୁବକଙ୍କୁ ଆଣ୍ଠେଇ ମାଡ଼ ମାରିବା ଘଟଣା, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 30, 2022 IST

କଟକ ୩୦/୧୦: ପ୍ରତାପନଗରୀ ପାଖରେ ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ମୁଖ୍ଯ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କ ପରିଚୟ ଅମରେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ଭିକି। ତାକୁ ସଦରଥାନା ପୋଲିସ କୋର୍ଟ ଚାଲଣ କରିଛି। ଭିକି ନାଁରେ ପୂର୍ବରୁ ୧୪ଟି ମାମଲା ରହିଛି। ଆଣ୍ଠେଇ ଥିବା ପିଡ଼ୀତଙ୍କୁ ଚିହ୍ନଟ କରାଯାଇଛି। ଭୁବନେଶ୍ବରରେ ଅକ୍ଟୋବର ୨୭ ତାରିଖରେ ବସ ସହ ଭିକିଙ୍କ ଗାଡ଼ି ଧକ୍କା ହୋଇଥିଲା। ବସ ମ୍ୟାନେଜର ଓ କଣ୍ଡକ୍ଟରଙ୍କୁ ସେଠାରୁ ଆଣି ରାସ୍ତାରେ ସେ ଆଣ୍ଠେଇ ଦେବା ସହ ମାଡ଼ ମାରିଥିଲେ। ପିଡ଼ୀତଙ୍କ ପକ୍ଷରୁ ଆଉ ଯଦି ଏତଲା ଦିଆଯିବ ପୋଲିସ ମାମଲା ରୁଜୁ କରିବ ବୋଲି କହିଛି। ଅନ୍ୟପଟେ କଟକ ଜିଲ୍ଲାର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ପୁତୁରା ଅଭିଯୁଯୁକ୍ତ ଭିକି ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.