Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଗ୍ରାହକ ବେଶରେ ମାଡିବସିଲା, STF ପଞ୍ଝାରେ ଛାଲ ବେପାରୀ

19/03/2023 at 10:17 AM

ବୌଦ୍ଧ ୧୯।୦୩ : ବୌଦ୍ଧ ହରଭଙ୍ଗାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି ଏସ୍‌ଟିଏଫ୍‌ । ଏହାସହ ଜଣେ ଶିକାରୀ ମଧ୍ୟ ଗିରଫ ହୋଇଛନ୍ତି । ଏବେବି ତନାଘନା ଜାରି ରହିଛି ।

ଖବର ଅନୁଯାୟୀ,  ବୌଦ୍ଧ ହରଭଙ୍ଗାରେ ବାଘ ଛାଲ ଓ ହରିଣ ଛାଲ ବିକ୍ରି ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଗ୍ରାହକ ବେଶରେ ଯାଇ ଶିକାରୀକୁ ମାଡି ବସିଲା ଏସ୍‌ଟିଏଫ୍‌ । ଶିକାରୀ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି ।

ସେହିପରି ଏହି ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ।

   Related Posts