ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଠକେଇ କରୁଥିଲେ, ଏବେ ବାନ୍ଧିଲା ଇଓଡ଼ବ୍ଲ୍ୟୁ

Published By : Prameya-News7 Bureau | March 20, 2022 IST

ଭୁବନେଶ୍ୱର ୨୦।୦୩ : ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ହିମାଂଶୁ ଭଣ୍ଡାରୀ କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ହିମାଂଶୁଙ୍କୁ ନୋଏଡାରୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ ।

ଖବର ଅନୁଯାୟୀ, ନିଜକୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଲୋକଙ୍କୁ ଠକେଇ କରୁଥିଲେ । ୨୦୧୯ରେ ଯୋଡାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ଫୋନ୍‌ କରି ଠକେଇ କରିଥିଲେ । ଏନେଇ ପ୍ରମୋଦ ୩ ଥର ଅଭିଯୋଗ କରିଥିଲେ । ଶେଷରେ ପ୍ରମୋଦଙ୍କ ଅଭିଯୋଗ ଆଧାରରେ  ହିମାଂଶୁଙ୍କୁ ନୋଏଡ଼ାରୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଇଓଡ଼ବ୍ଲ୍ୟୁ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପଚରାଉଚରା କରୁଛି ଇଓଡ଼ବ୍ଲ୍ୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.