ରାଜଧାନୀରେ ଫ୍ଲାଟ୍ ଦେବା ନାଁରେ ଠକେଇ, କମ୍ପାନୀ ଏମ୍ଡିଙ୍କୁ ବାନ୍ଧିଲା EOW
27/11/2022 at 2:13 PM

ଭୁବନେଶ୍ୱର ୨୭।୧୧ : ରାଜଧାନୀରେ ବଡ଼ ଠକେଇ । ଫ୍ଲାଟ୍ ଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ। ଏହି ଅଭିଯୋଗରେ ବନ୍ଧା ହୋଇଛନ୍ତି MS ବସେରା ଡିଜାଇନ୍ସର MD। MS ବସେରା ଡିଜାଇନ୍ସର MD ମନୋଜ ପଟ୍ଟନାୟକଙ୍କୁ ଗିରଫ କରିଛି EOW।
ଖବର ଅନୁଯାୟୀ, ଭୁବନେଶ୍ୱର ସିଜୁଆ ଅଞ୍ଚଳରେ ବସେରା ଫ୍ରେସ୍କୋ ନାମକ ଆପାର୍ଟମେଣ୍ଟ କରି ଲୋକଙ୍କୁ ଫ୍ଲାଟ ଦେବା ନାଁରେ ଅଗ୍ରୀମ ଟଙ୍କା ନେଇଥିଲେ। ତେବେ ଏକାଧିକ ଲୋକ ଟଙ୍କା ଦେଇଥିବା ସତ୍ତ୍ବେ ସେ ଫ୍ଲାଟ ହସ୍ତାନ୍ତର କରିନଥିଲେ। ଏଭଳି ଭାବେ ମୋଟ ୧ କୋଟି ୭୨ ଲକ୍ଷ ଟଙ୍କା ଠକିଥିବା ନେଇ EOW ରେ ଅଭିଯୋଗ କରିଥିଲେ ଫ୍ଲାଟ ମାଲିକ। ଏହି ଘଟଣାରେ ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ଦେଇଛି EOW।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023