ତିନି କୋଟିର ଲୋଭ ଦେଖାଇ ଠକିଥିଲେ, ଏବେ ୟୁପିରୁ ଠକ ବିଜୟକୁ ବାନ୍ଧିଲା ଇଓଡବ୍ଲ୍ୟୁ

Published By : Prameya-News7 Bureau | November 11, 2022 IST

ଭୁବନେଶ୍ୱର ୧୧।୧୧: ଠକକୁ ବାନ୍ଧିଲା ଇଓଡବ୍ଲ୍ୟୁ । ପ୍ରଧାମନ୍ତ୍ରୀ ରାହାତକୋଶ ଯୋଜନାରେ ତିନି କୋଟିର ଲୋଭ ଦେଖାଇ ବଡ଼ଧରଣର ଠକେଇ ହୋଇଥିଲା । ଏହି ଘଟଣାରେ ତଦନ୍ତ କରି ଅଭିଯୁକ୍ତ ବିଜୟ ଭରଦ୍ୱାଜଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।

ଖବର ଅନୁଯାୟୀ, ବିଜୟ ଭରଦ୍ୱାଜ ୨ କୋଟି ୩୫ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା । ପ୍ରମୋଦ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହିକ୍ରମରେ ଅଭିଯୁକ୍ତ ବିଜୟ ଭାରଦ୍ୱାଜଙ୍କୁ ୟୁପିରୁ ଗିରଫ କରିଛି ଇଓଡବ୍ଲ୍ୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.