ରାଜଧାନୀରେ ପୁଣି ବ୍ରାଉନ୍‌ସୁଗାର ଜବତ, କେଦାରପଲ୍ଲୀ ବସ୍ତିରୁ ମିଳିଲା ୨୭୦ ଗ୍ରାମ୍‌ ଧଳାଜହର

Published By : Prameya-News7 Bureau | August 13, 2022 IST

ଭୁବନେଶ୍ୱର ୧୩।୦୮: ରାଜଧାନୀରେ ଥମୁନି ଧଳାଜହର କାରବାର୍‌ । ପୁଣି ଥରେ ଭୁବନେଶ୍ୱରରୁ ଜବତ ହେଲା ୨୭୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, କେଦାରପଲ୍ଲୀ ବସ୍ତିରେ ପୂର୍ବ ସୂଚନାଆଧାରରେ ଚଢାଉ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ଅବକାରୀ ବିଭାଗ ପ୍ରାୟ ୨୭୦ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛି । ଏହାସହ ବ୍ରାଉନ୍‌ସୁଗାର କାର୍‌ବାର ଅଭିଯୋଗରେ ଟୁନା ନାୟକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପାଖାପାଖି ଏକ ହଜାରରୁ ଅଧିକ ପୁଡିଆ ଜବତ ହୋଇଛି ।

ତେବେ ଏହି ବ୍ରାଉନ୍‌ସୁଗାର କାରବାର୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ କରୁଛି ଅବକାରୀ ବିଭାଗ । ଲଗାତର କିଛି ଦିନ ହେଲା ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.