Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ମହଙ୍ଗା ପଡିଲା ବିବାହର ପ୍ରତିଶୃତି ଦେଇ ସମ୍ପର୍କ ରଖିବା, ବନ୍ଧାହେଲେ ତପନ

30/06/2022 at 2:34 PM

ଭୁବନେଶ୍ୱର ୩୦।୦୬ : ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଯୁବକଙ୍କ ପାଇଁ ପଡିଲା ମହଙ୍ଗା । ଗିରଫ ହେଲେ ପଣ୍ଡାକୁଦିଆ ବସ୍ତିର ଯୁବକ ତପନ କୁମାର ଦିଗଲ ।  ଘଟଣାରେ ଆହୁରି ତଦନ୍ତ କରୁଛି ପୋଲିସ ।

ଖବର ଅନୁଯାୟୀ, ଜଣେ ୧୭ ବର୍ଷୀୟ ନାବାଳିକା ସହ ତପନ ବିବାହ ପୂର୍ବରୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା। ଏପିରିକି ତପନ ଶାରୀରିକ ସମ୍ପର୍କ ରଖି  ନାବାଳିକାକୁ ତିନି ମାସର ଗର୍ଭବତୀ କରାଇବା ଅଭିଯୋଗ ମଧ୍ୟ ହୋଇଛି । ଗର୍ଭବତୀ ହେବା ପରେ ମେଡ଼ିସିନ ଦେଇ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଅଭିଯୁକ୍ତ ତପନକୁ ଗିରଫ କରିଛି ପୋଲିସ । ଏବେ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରିଛି ଭରତପୁର ଥାନା ପୋଲିସ ।

   Related Posts