ସ୍କର୍ପିଓ ଗାଡିରୁ ୨ ହଜାର ଲିଟର ମଦ ଜବତ, ଜଣେ ଗିରଫ

Published By : Prameya-News7 Bureau | November 06, 2022 IST

ଭଦ୍ରକ୦ ୬।୧୧ : ଦୁଇ ହଜାର ଲିଟର ବିଦେଶୀ ମଦ ଜବତ । ଏହାସହିତ ଏକ ସ୍କର୍ପିଓ ଗାଡିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ପୁରୁଣାବଜାର ପୋଲିସ ପକ୍ଷରୁ ନାକାବନ୍ଦ ଚାଲିଥିଲା । ଏହି ସମୟରେ ବାଲେଶ୍ୱରୁ ଭଦ୍ରକ ଆସୁଥିବା ଏକ ସ୍କର୍ପିଓ ଗାଡିକୁ ଅଟକ ରଖିଥିଲା ପୋଲିସ । ଏହାପରେ ଗାଡିକୁ ଯାଞ୍ଚ କରିବା ସମୟରେ ସେଥିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଯାହା ଆନୁମାନିକ ୨ହଜାର ଲିଟରରୁ ଅଧିକ ହେବ ବୋଲି ଜଣାପଡିଛି । ତେବେ ଏହି କାରବାର୍‌ରେ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.