ମହିଳାଙ୍କୁ ବ୍ଲାକମେଲିଂ କରି ଯୁବକ ଗିରଫ, ଭାଇରାଲର ଧମକ ଦେଇ ନେଉଥିଲେ ଟଙ୍କା
15/12/2022 at 11:24 AM

ବ୍ରହ୍ମପୁର ୧୫।୧୨: ମହିଳାଙ୍କୁ ବ୍ଲାକମେଲିଂ କରି ଯୁବକ ଗିରଫ। ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ଭୀଷ୍ମ କୁମାର ଦାସଙ୍କୁ ଗିରଫ କରିଛି ପୋଲିସ। ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଖବର ଅନୁଯାୟୀ, ଅଭିଯୁକ୍ତ ଭୀଷ୍ମକୁମାର ଜଣେ ମହିଳାଙ୍କ ଫଟୋ ନେଇ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ଫଟୋ ଗୁଡିକୁ ଏଡିଟିଂ କରି ଭାଇରାଲ କରିବାର ଧମକ ଦେଉଥିଲେ ଅଭିଯୁକ୍ତ। ଟଙ୍କା ନଦେଲେ ଫୋଟୋ ଭାଇରାଲ କରିବାକୁ ଧମକ ବି ଦେଇଥିଲେ। ମହିଳା ଜଣକ ଭୟରେ ଥରେ ୫ ହଜାର ଟଙ୍କା ଦେଇଥିଲେ। ବାରମ୍ବାର ଟଙ୍କା ମାଗି ବ୍ଲାକମେଲିଂ କରିବା ପରେ ମହିଳା ଜଣଙ୍କ ତାଙ୍କ ପରିବାରକୁ ଏ ସଂପର୍କରେ ଜଣାଇଥିଲେ। ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଭୀଷ୍ମ କୁମାର ଦାସକୁ ଗିରଫ କରିଛି।
Related Posts
ଭୁବନେଶ୍ୱରରେ ଜଳିଗଲା ଏଟିଏମ୍, ଅଗ୍ନିଶମ ବାହିନୀର ଛାନ୍ଭିନ୍
7 February 2023
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023