ଡିଲ୍‌ ବେଳେ ମାଡିବସିଲା କ୍ରାଇମ୍‌ବ୍ରାଞ୍ଚ, ବାଘ ଛାଲ ଜବତ ସହ ଜଣେ ଗିରଫ

Published By : Prameya-News7 Bureau | December 14, 2022 IST

ବାରିପଦା ୧୪।୧୨ : ଶିମିଳିପାଳ ଉଦଳା ରେଞ୍ଜ ବିସିପୁର ଅଞ୍ଚଳରୁ ମହାବଳ ବାଘର ଛାଲ ଜବତ। ଏହାସହିତ ମାମଲାରେ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟାରେ ୫ ଲକ୍ଷ ଟଙ୍କାର ବାଘ ଛାଲ ଡିଲ୍ ବେଳେ ଚଢାଉ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଭୁବନେଶ୍ୱରରୁ ଏକ ୭ ଜଣିଆ ଟିମ୍ ଆସି ବାରିପଦା-ଉଦଳା ରାସ୍ତାର ବିସିପୁର ଅଞ୍ଚଳରେ ଚଢାଉ କରି ମହାବଳ ବାଘ ଛାଲ ଜବତ କରିଛନ୍ତି। ଏହାସହିତ ମାମଲାରେ ଜଣଙ୍କୁ ଗିରଫ ବି କରାଯାଇଛି। ତେବେ ମୃତ ବାଘଟି ୫ ରୁ ୬ ବର୍ଷର ହୋଇଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.