ମାଆ ଓ ପୁଅ ହତ୍ୟା ଘଟଣାରେ ୨୪ଘଣ୍ଟାରେ ଆକ୍ସନ : ଅଭିଯୁକ୍ତ ଗିରଫ, ନିଶାଦ୍ରବ୍ୟକୁ ନେଇ ହତ୍ୟାକାଣ୍ଡ !
11/09/2020 at 9:46 AM

ଆନନ୍ଦପୁର ୧୧।୦୯: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ ମା ଓ ପୁଅଙ୍କୁ ପୋଡି ହତ୍ୟା ଘଟଣା । ମାମଲାର ୨୪ଘଣ୍ଟା ନପୂରୁଣ ପୋଲିସକୁ ବଡ଼ ସଫଲତା ମିଳିଛି । ଘଟଣାର ଅଭିଯୁକ୍ତ ଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଖବର ଅନୁଯାୟୀ, କେନ୍ଦୁଝର ନନ୍ଦିପଦା ଥାନା କଳିଗାଁରେ ଥିବା ଏକ ଅଙ୍ଗଲବାଡି କେନ୍ଦ୍ରରେ ରହୁଥିବା ମାଆ ଓ ପୁଅଙ୍କୁ ପୋଡି ହତ୍ୟା କରାଯାଇଥିଲା । ଗତ ୯ତାରିଖ ଦିନ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଙ୍ଗନବାଡି କେନ୍ଦ୍ରରେ ରହୁଥିବା ବୃଦ୍ଧା ମା ଜଞ୍ଜାଳୀ ଜେନା (୮୦) ଓ ପକ୍ଷାଘାତରେ ପିଡିତ ପୁଅ ବନମାଳୀଙ୍କୁ ପୋଡି ହତ୍ୟା କରାଯାଇଥିଲା । ତେବେ ଘଟଣାରେ ୨୪ଘଣ୍ଟା ମଧ୍ୟରେ ହତ୍ୟାକାରୀ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ କଳିଗାଁର ଦେବାସିଷ ଦାସ ବୋଲି ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ । ନିଶା ଦ୍ରବ୍ୟକୁ ନେଇ ଏଭଳି ଜଘନ୍ୟକାଣ୍ଡ ଘଟିଥିବା ପୋଲିସ୍ ଜାଣିବାକୁ ପାଇଛି ।