ରେମାଳ ଡ୍ୟାମ୍ ଖୋଲିଲା, ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ

Published By : Prameya-News7 Bureau | August 15, 2020 IST

ଆନନ୍ଦପୁର ୧୫।୦୮: ଆନନ୍ଦପୁର ଉପଖଣ୍ଡ ରେମାଳ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି । ରେମାଳ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଡ୍ୟାମ୍‌ରେ ଜଳପତନ ବୃଦ୍ଧି ଘଟିଥିବା ହେତୁ ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି ।

ରେମାଳ ଡ୍ୟାମ୍‌ର ସର୍ବାଧିକ ଜଳଧାରଣ କ୍ଷମତା ୧୨୧ ମିଟର ରହିଥିବା ବେଳେ ବର୍ଷା ଯୋଗୁଁ ଗତକାଲି ସଂଧ୍ୟା ସୁଦ୍ଧା ୧୨୦.୬୦ ମିଟର ଗଚ୍ଛିତ ରହିଥିଲା । ତେବେ ବର୍ତମାନ ଡ୍ୟାମ୍‌ ମଧ୍ୟକୁ ସେକେଣ୍ଡ ପ୍ରତି ୧୯.୪୭ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ଖୋଲାଯାଇଥିବା ଗୋଟିଏ ଗେଟ୍ ଦେଇ ସେକେଣ୍ଡ ପ୍ରତି ୪୦.୭୦ ଘନଫୁଟ ଜଳ ନଦୀ ମଧ୍ୟ ଦେଇ ବାହାରୁଛି  । ତେବେ ଗେଟ୍ ଖୋଲିବା ପୂର୍ବରୁ ସମସ୍ତ ସର୍ତକତା ମୂଳକ ପଦକ୍ଷପ ଗ୍ରହଣ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.