oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତେଲେଙ୍ଗିରି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି, ଖୋଲିଲା ଗୋଟିଏ ଗେଟ୍

15/08/2022 at 6:07 PM

ବୋରିଗୁମ୍ମା ୧୫।୮: କୋରାପୁଟ ଜିଲ୍ଲା ତେଲେଙ୍ଗିରି ଜଳ ପ୍ରକଳ୍ପରେ ଗୋଟିଏ ଗେଟ୍ ଖୋଲାଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତେଲେଙ୍ଗିରି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ତେଲେଙ୍ଗିରି ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଛି ।

ତେଲେଙ୍ଗିରି ଡ୍ୟାମ୍‌ର ଜଳଧାରଣା କ୍ଷମତା  ୬୩୩ ମିଟର ରହିଥିବା ବେଳେ ସୋମବାର ସକାଳ ୧୦ଟା ସୁଦ୍ଧା ୬୩୧ ମିଟର ଜଳ ପ୍ରବାହିତ ହେଉଥିଲା । ତେଣୁ ତେଲେଙ୍ଗିରି ଡ୍ୟାମ୍ କର୍ତ୍ତୃପକ୍ଷ ଅପରାହ୍ନ ୪ଟା ବେଳେ ଗୋଟିଏ ଗେଟ୍ ଖୋଲାଯାଇଛି । ଗୋଟିଏ ଗେଟ୍‌ରେ ପ୍ରତି ସେକେଣ୍ଡରେ ୪୫ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ବୋଲି ତେଲେଙ୍ଗିରି ଡ୍ୟାମ୍‌ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ ସେନାପତି ସୂଚନା ଦେଇଛନ୍ତି । ସୋମବାର ସକାଳୁ ଗେଟ୍ ଖୋଲାଯିବା ନେଇ ତଳିଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଇଥିଲା ।

   Related Posts