ଖୋଲିଲା କୋଲାବ ଜଳ ଭଣ୍ଡାରର ଗୋଟିଏ ଗେଟ୍, ଦୀର୍ଘ ୬ବର୍ଷ ପରେ ଜଳ ନିଷ୍କାସିତ

Published By : Prameya-News7 Bureau | September 14, 2024 IST

ଜୟପୁର ୧୪।୯: ଦୀର୍ଘ ୬ବର୍ଷ ପରେ ବର୍ଷା ଜଳ ନିଷ୍କାସନ ପାଇଁ ଖୋଲିଲା କୋଲାବ ଜଳ ଭଣ୍ଡାରର ଗୋଟିଏ ଗେଟ୍ । ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୮୫୮ ମିଟର ରହିଛି । ତେବେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଫଳରେ ଜଳ ଭଣ୍ଡାରର ଜଳସ୍ତର ଏବେ ୮୫୭.୧୬ ମିଟର ରହିଛି । ଆଗକୁ ଆହୁରି ବର୍ଷାର ସମ୍ଭାବନା ରହିଛି । ତେଣୁ ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଶନିବାର ଜଳ ଭଣ୍ଡାରର ୬ ନମ୍ବର ଗେଟ୍ ଖୋଲାଯାଇଛି । ପ୍ରତି ସେକେଣ୍ଡ ପିଛା ୩୫୦୦ ଘନ ଫୁଟ ଜଳ ଏବେ ନିଷ୍କାସନ କରାଯାଉଛି । ଆବଶ୍ୟକ ପଡିଲେ ଆହୁରି ଗେଟ୍ ଖୋଲା ଯାଇପାରେ । ଗତ ୨୦୧୮ ମସିହା ଅଗଷ୍ଟ ୨୬ ତାରିଖରେ ଶେଷ ଥର ପାଇଁ କୋଲାବ ଜଳ ଭଣ୍ଡାରର ଗେଟ୍ ଖୋଲାଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଆଗୁଆ ସୂଚନା ଦିଆଯିବା ସହ ସତର୍କତା କରାଯାଇଛି ।

You Can Read:

ଟାଙ୍ଗୀ-ଚୌଦ୍ବାର ତହସିଲ ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.