ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ସାଙ୍ଗ ସାଜିଲା ସୈତାନ: ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ସାଙ୍ଗକୁ ହତ୍ୟା କରି ନଦୀରେ ଫିଙ୍ଗିଦେଲା

6/10/2022 at 7:59 PM

ଉଦଳା, ୦୬।୧୦ : ସାଙ୍ଗ ସାଜିଲା ସୈତାନ । ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅତି ବିଭତ୍ସ ଭାବେ ମାଡ଼ମାରି ଏବଂ ପଥରରେ ଛେଚି ହତ୍ୟା କରିଲା ସାଙ୍ଗ । ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ନଦୀରେ ଫୋପାଡ଼ି ଦେଲା । ଏଭଳି ଜଘନ୍ୟକାଣ୍ଡ ଶରତ ଥାନା କାଠଚୁଆ ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଆନନ୍ଦ ପୁର ଥାନା କୁନ୍ତିଡିହା ଗ୍ରାମର ରତନା ସାମାଡ଼, ସାଙ୍ଗ ଲାଲା ବିରୁଲିକୁ ସାଥିରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା । ପୂର୍ବରୁ ରତନାର ସ୍ତ୍ରୀ ସହିତ ଲାଲାର ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲା।

ଯାହାକୁ ନେଇ ବୁଲିବାକୁ ଆସିଥିବା ବେଳେ ସାଙ୍ଗ ଲାଲାକୁ ପ୍ରଥମ ଏକ ବାଡ଼ିରେ ବାଡେଇ ଗୁରୁତର କରିଥିଲା ରତନା । ପରେ ତା ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲା। ଗତ ମଙ୍ଗଳବାର ମୃତଦେହ ମିଳିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ମୃତଦେହ ଲାଲା ବିରୁଲିର ଏବଂ ତାକୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଖୋଳତାଡ଼ ପରେ ଲାଲାକୁ ହତ୍ୟା କରିଥିବା ତା ସାଙ୍ଗ ରତନାକୁ ଗିରଫ କରି ଥିଲା । ପରେ ଅଭିଯୁକ୍ତ ପୋଲିସ ଆଗରେ ହତ୍ୟାକାଣ୍ଡର ପୁରା କାହାଣୀ ବଖାଣିଥିଲା । ଶରତ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ି ଏବଂ ପଥରକୁ ଜବତ କରିଛି ।

   Related Posts