scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆପଣଙ୍କ ବୟସ ହୋଇ ସାରିଛି: ଟିଏମସି ସାଂସଦଙ୍କୁ କଡ଼ା ଜବାବ ଦେଲେ ଅମିତ୍ ଶାହ

5/12/2023 at 8:55 PM

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ଲୋକସଭାରେ ଚର୍ଚ୍ଚା ବେଳେ ଟିଏମସି ସାଂସଦ ସୌଗତ ରାୟଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ । ଗୃହମନ୍ତ୍ରୀ କହିଛନ୍ତି ଯେ ଦାଦା ଆପଣଙ୍କୁ ବୟସ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଟିଏମସି ସାଂସଦ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପରେ ବୟାନ ରଖୁଥିଲେ । ଟିଏମସି ସାଂସଦ କହିଥିଲେ ବିଜେପି ସରକାର ଅନୁଚ୍ଛେଦ ୩୭୦ କାଶ୍ମୀରବାସୀଙ୍କ ଭଲ ପାଇଁ ନୁହେଁ ବରଂ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଓ ଜନସଂଘ ନେତା ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ଲକ୍ଷ୍ୟ, ଏକ ନିଶାନ, ଏକ ପ୍ରଧାନ ଓ ଏକ ସମ୍ୱିଧାନ ପୂରଣ କରିବା ପାଇଁ କରିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବି ଗୃହମନ୍ତ୍ରୀ ଅମିତ୍ ଶାହ ଟିଏମସି ସାଂସଦ ସୌଗତ ରାୟଙ୍କ ବୟାନକୁ କଡ଼ା ବିରୋଧ କରି ସାରିଛନ୍ତି ।

ସାଂସଦ ସୌଗତ ରାୟ କହିଥିଲେ, ‘ମୁଁ କଲେଜରେ ବଢିବା ବେଳେ ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ସ୍ଲୋଗାନ ଥିଲା, ଏକ ନିଶାନ, ଏକ ପ୍ରଧାନ ଓ ଏକ ବିଧାନ । ଏହା ତାଙ୍କ ସ୍ଲୋଗାନ ଥିଲା’। ଏହା ଉପରେ ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ଏହା ଅତ୍ୟନ୍ତ ଆପତ୍ତିଜନକ ଯେ ଏହି ଦେଶରେ ଏପରି ଦାବି କରାଯାଉଛି । ଗୋଟିଏ ଦେଶରେ ଦୁଇ ପ୍ରଧାନମନ୍ତ୍ରୀ କିପରି ହୋଇପାରିବେ । ଦୁଇ ସମ୍ୱିଧାନ କିପରି ହୋଇପାରିବ ଓ ଦୁଇ ପତାକା କିପରି ହୋଇପାରିବ ? ଯିଏ ବି ଏହି କାମ କରିଥିଲା ସିଏ ଭୁଲ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଜୀ ଏହାକୁ ସୁଧାରିବା କାମ କରିଛନ୍ତି । ଆପଣଙ୍କ ସହମତି ଓ ଅସହମତିରେ କଣ ହେବ । ଏହା ପୂରା ଦେଶ ଚାହୁଁଛି ।  ଏହା ନିର୍ବାଚନୀ ନାରା ନଥିଲା । ଆମେ ୧୯୫୦ରୁ ହିଁ କହୁଥିଲୁ ଯେ ଏକ ନିଶାନ, ଏକ ପ୍ରଧାନ ଓ ଏକ ସମ୍ୱିଧାନ ହେବା ଦରକାର । ଦୁଇ ଚାଲିବ ନାହିଁ ଓ ଆମେ କରିକି ଦେଖାଇଲୁ ।

Also Read: ନିଶ୍ଚୟ ଲାଗୁ ହେବ ସିଏଏ, ଏହାକୁ କେହି ଅଟକାଇ ପାରିବେ ନାହିଁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

   Related Posts