ବିଦ୍ୟୁତ ଆଘାତରେ ଚାଷୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | December 22, 2019 IST

ବରଗଡ ୨୨।୧୨: ବରଗଡ ସଦର ଥାନା ଏକାମ୍ର ଛକରେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଚାଷୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ବରଗଡ-ବଲାଙ୍ଗୀର ରାସ୍ତା ଅବରୋଧ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ । ମୃତକ ଇଶ୍ବର ଛତର ।

{"id":201058,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ସକାଳ ୧୧ଟା ସମୟରେ ଚାଷ ଜମିରେ ଗଛ କାଟି ସଫା କରୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଇଶ୍ବର । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋକେ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରାଛନ୍ତି । କ୍ଷତିପୂରଣ ଦାବିରେ  ବରଗଡ-ବଲାଙ୍ଗୀର ରାସ୍ତା ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.