ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ମହିଳା ମୃତ, ଜଣେ ଆହତ

Published By : Prameya-News7 Bureau | October 25, 2019 IST

ଜଗତସିଂହପୁର ୨୫।୧୦: ଜଗତସିଂହପୁର ଜିଲ୍ଲା ଜଇପୁର ଗାଁରେ ଅଘଟଣ । ଫୁଲ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି । ମୃତକ ମହିଳା ହେଲେ ଭାନୁପ୍ରଭା ପ୍ରଧାନ । ଆହତ ହେଉଛନ୍ତି ଟିକି ପ୍ରଧାନ ।

ଘରକୁ ଲାଗି ଏକ ଫୁଲ ଗଛରୁ ଫୁଲ ତୋଳିବାକୁ ଯାଇଥିବା ବେଳେ  ବିଦ୍ୟୁତ୍ ଖୁଣ୍ଟ ଚାର୍ଜ ହୋଇଥିବା ଯୋଗୁଁ ଭାନୁପ୍ରଭାଙ୍କୁ କରେଣ୍ଟ ଲାଗିଥିଲା । ଭାନୁପ୍ରଭାଙ୍କୁ ବଞ୍ଚାଇବାକୁ  ଜାଆ ଟିକି ପ୍ରଧାନ ଯାଇଥିଲେ ହେଁ ବିଦ୍ୟୁତ୍ ଆଘାତରେ ସେ ଛିଟିକି ପଡ଼ିଥିଲେ । ଭାନୁପ୍ରଭାଙ୍କୁ ସଙ୍ଗେ ସଙ୍ଗେ ଜଗତସିଂହପୁର ମେଡିକାଲକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଟିକି ପ୍ରଧାନଙ୍କୁ ଘରୋଇ ଚିକିତ୍ସା କରିବା ପରେ ସେ ଏବେ ସୁସ୍ଥ ଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.