ଏମିତିବି ଆସେ ମୃତ୍ୟୁ, ଶୋଇଥିବାବେଳେ ଭୁଶୁଡ଼ି ପଡ଼ିଲା ଘର

Published By : Prameya-News7 Bureau | April 16, 2024 IST

କଳାହାଣ୍ଡି: ଶୋଇଥିବାବେଳେ ଭୁଶୁଡ଼ି ପଡ଼ିଲା ଘର। ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋକସରା ସିଉନି ଗାଁରେ ଅଭାବନୀୟ ଘଟଣା । ଘର ଭୁଶୁଡ଼ି ଉପରେ ପଡ଼ିଯିବାରୁ ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଘାସି ରାମ ହଂସ |

ସୂଚନା ଅନୁଯାୟୀ, ମଙ୍ଗଳବାର ଦ୍ବିପ୍ରହରରେ ଘଟିଛି ଏହି ଘଟଣା। ଘାସିରାମ ଘରେ ଏକା ଶୋଇଥିବାବେଳେ ପ୍ରାୟ ୨ ଟା ସମୟରେ ହଠାତ୍ ଘର ଭୁଶୁଡ଼ି ତାଙ୍କ ଉପରେ ପଡ଼ିଯାଇଥିଲା । ଏଥିରେ ସେ ଚିତ୍କାର କରିବାରୁ ପଡ଼ୋଶୀ ଲୋକେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଗୁରୁତର ଅବସ୍ଥାରେ କୋକସରା ମେଡିକାଲକୁ ଆଣିଥିଲେ।

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରୁଥିବା ଜଣା ପଡ଼ିଛି । ଏପଟେ ପରିବାରର ଏକମାତ୍ର ରୋଜଗାରିଆଙ୍କ ମୃତ୍ୟୁ ପରେ ବେସାହାରା ହୋଇ ପଡ଼ିଛନ୍ତି ବାପା-ମାଆ, ପତ୍ନୀ ଏବଂ ସନ୍ତାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.