ପୂଜା ଚାନ୍ଦାକୁ ନେଇ ଗଡିଲା ମୁଣ୍ଡ, ଗୋଷ୍ଠୀ ସଂଘର୍ଷରୁ ଜଣଙ୍କୁ ହତ୍ୟା

Published By : Prameya-News7 Bureau | September 16, 2023 IST

ସମ୍ବଲପୁର ୧୬।୯: ପୂଜା ଚାନ୍ଦାକୁ ନେଇ ଗଡିଲା ମୁଣ୍ଡ । ସମ୍ବଲପୁର ବୁର୍ଲା ଥାନା ଆ-କଟାପାଲି ଗାଁରେ ଗଣେଶ ପୂଜା ଚାନ୍ଦାକୁକୁ ନେଇ ହତ୍ୟାକାଣ୍ଡ ଘଟିଛି ।

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ସମ୍ବଲପୁର ବୁର୍ଲା ଥାନା ଆ-କଟାପାଲି ଗାଁରେ ହତ୍ୟାକାଣ୍ଡ ଘଟିଛି । ଏହି ହତ୍ୟାକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି କ୍ଷୀରୋଦ ତାଣ୍ଡି । ମୃତକଙ୍କ ଘର ବୈଜାମୁଣ୍ଡା ହୋଇଥିବା ବେଳେ ସେ ଆ-କଟାପାଲି ଗ୍ରାମକୁ ନିଜର ପୂଜା କମିଟି ସଦସ୍ୟଙ୍କ ସହ ଯାଇଥିଲେ । ତେବେ ଚାନ୍ଦାକୁ ନେଇ ଗୋଷ୍ଠୀ ସଂଘର୍ଷ ହେବା ସହ ଗୋଟିଏ ଗୋଷ୍ଠୀ ତାଙ୍କୁ ହତ୍ୟା କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ୨ରୁ ୩ ଆହତ ହୋଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/cuttack-netaji-bus-terminal-inaugurated-by-cm-naveen-patnaik/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cuttack-netaji-bus-terminal-inaugurated-by-cm-naveen-patnaik/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.