ଢେଙ୍କାନାଳ ଗଁଦିଆ ଥାନା ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବ ; ଜଣଙ୍କୁ କଚାଡି ମାରିଲା ଦନ୍ତା

Published By : Prameya-News7 Bureau | October 17, 2018 IST

ଢେଙ୍କାନାଳ ୧୭।୧୦: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷଡଙ୍ଗୀ ଗାଁରେ ଏକ ଦନ୍ତା ହାତୀ ଉପଦ୍ରବ କରୁଛି । ଗତକାଲି ରାତିରେ ଏହି ଦନ୍ତା ହାତୀ ଆକ୍ରମଣରେ ଗାଁର କୃଷ୍ଣ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ବନ ବିଭାଗର ଅବହେଳାକୁ ନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକମାନେ ଷଡଙ୍ଗୀ ବନାଞ୍ଚଳ କାର୍ଯ୍ୟାଳୟରେ ପଶି ଆସବାବପତ୍ର ଭାଙ୍ଗିବା ସହ କବାଟ ଝରକା ମଧ୍ୟ ଭାଙ୍ଗିବା ସହ ନିଆଁ ମଧ୍ୟ ଲଗାଇଦେଇଥିଲେ । ଭନବିଭାଗର ଏକ ବାଇକ୍, ଜେନେରେଟର, ଏକ ବୋଲେରୋ ମଧ୍ୟ ଜଳିଯାଇଛି । ଗଁଦିଆ ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା । ତେବେ ଦନ୍ତା ହାତୀଟି ମନ୍ଦାର ଗାଁରେ ପଶି ଶଙ୍କର ଖଟୁଆଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିବା ସହ ଘରେ ପଶି ଧାନ ଚାଉଳ ସହୁ ଖାଇ ନଷ୍ଟ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.