ମାଛ ଧରିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ : ଜଣେ ଉଦ୍ଧାର, ଜଣେ ନିଖୋଜ
14/09/2023 at 4:41 PM

ବଲାଙ୍ଗୀର ୧୪।୯: ମାଛ ଧରିବାକୁ ଯାଇ ଭାସିଗଲେ । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଭରସୂଜା ପଂଚାୟତର ରେଢ଼ା ଚେକ୍ ଡ୍ୟାମ୍ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଭରସୂଜା ପଂଚାୟତର ପିପିଲି ଗ୍ରାମର ୩ ଜଣ ମାଛ ମାରିବାକୁ ଯାଇ ଅଘଟଣର ଶିକାର ହୋଇଛନ୍ତି । ୩ ଜଣ ଜାଲ ନେଇ ରେଢା ଚେକ୍ ଡ୍ୟାମ୍କୁ ମାଛ ଧରିବାକୁ ଯାଇଥିଲେ । ଜାଲ ପକାଇ ମାଛ ଧରୁଥିବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।
ଖବର ପାଇ ସ୍ଥାନୀୟ ଲୋକ ଓ ମା’ ଛେଲିଆପାଟ୍ ସଂଗଠନର ସଦସ୍ୟମାନେ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚି ତହସିଲଦାର, ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ଜଣଙ୍କୁ ମୃତ ଓ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତିର ନାମ ଗୁଲେଖ ପୋଢ ବୋଲି ଜଣାପଡିଥିବା ବେଳେ ଜୀବିତ ବ୍ୟକ୍ତିଙ୍କ ନାମ ରଜନୀ ପୋଢ ବୋଲି ଜଣାପଡିଛି । ୩ ଜଣଙ୍କ ମଧ୍ୟରୁ ଅନ୍ୟ ଜଣେ ପ୍ରମୋଦ ପୋଢ ନିଖୋଜ ଅଛନ୍ତି । ୩ ଜଣ ପିପିଲିପାଲି ଗ୍ରାମର ବୋଲି ସୂଚନା ମିଳିଛି ।
You Can Read :